ଗଞ୍ଜାମରେ ପୁଣି ଏନକାଉଣ୍ଟର ହୋଇଛି। ଗଞ୍ଜାମରେ ଗତ 24 ଘଣ୍ଟାରେ ଦୁଇଟା ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରେ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ବ୍ଲକର ପାଲୁର-କୃଷ୍ଣପ୍ରସାଦ ରୋଡରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକର ପୋଲିସ ଏନକାରଣ୍ଟର କରିଛି। ପ୍ରମୋଦର ଡାହାଣ ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ ବ୍ରହ୍ମପରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରୋମଦ ନାଁରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। ଏକ ମାମଲାରେ ପ୍ରମୋଦ ଖୋଜିବାକୁ ପୋଲିସ ଯାଇଥିଲା। ତେବେ ପୋଲିସକୁ ଦେଖି ସେ ଆଗୁଆ ଗୁଳି ଚଳାଇଥିଲା ଯାହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ପ୍ରମୋଦ ପାଖରୁ ଗୋଟିଏ ମାଉଜର, ଗୁଳି, ବାଇକ ଦବତ ହୋଇଛି। ଏହା ପୂର୍ବରୁ ଗତକାଲି ଜୟଶ୍ରୀ କ୍ୟାମିକାଲ ଫ୍ୟାକ୍ଟ୍ରି ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ କୋକ ବେହେରାକୁ ଏନକାଉଣ୍ଟର କରିଥିଲା ପୋଲିସ। ଗତକାଲି ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଥିଲା।