ଚିତ୍ରକୋଣ୍ଡାରେ ଡଙ୍କା ବୁଡି ତିନି ଜଣ ଲୋକ ନିଖୋଜ ହୋଇଥିବାର ଖବର ମିଳିଛି। ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡି ଥିବା ଘଟଣା ଶୁଣିବାକୁ ମିଳିଛି। ଡଙ୍ଗାଟି ନାକାମାମୁଡୁରୁ ତୋଟାଗୁଡା ଯିବା ବାଟରେ ଅଘଟଣ ହୋଇଥିବାର ସୂଚନା ରହିଛି। ଏହି ଡଙ୍ଗାରେ ୪ ଜଣ ଯୁବକ ଯାତ୍ରା କରୁଥିବାବେଳେ ଅଧା ବାଟରେ ଆମ୍ବିଳିବେଢା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୪ଜଣଙ୍କ ମଧ୍ୟରୁ ତିନିଜଣଙ୍କ ସନ୍ଧାନ ମିଳୁନି। ତନ୍ମଧ୍ୟରୁ ଜଣେ ଯୁବକ ପହଁରି ପହଁରି ଆସି କୂଳରେ ଲାଗିଥିବା ଜଣାପଡିଛି।