ଅନ୍ତର୍ରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମମତା ବର୍ତ୍ତମାନ ଦେଶର ଅବସ୍ଥାକୁ ‘ସୁପର୍ ଇମରଜେନ୍ସି’ ସହ ତୁଳନା କରିବା ସହିତ ଲୋକଙ୍କୁ ନିଜେ ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି। ମମତା କହିଛନ୍ତି ଯେ, ଅନ୍ତରାର୍ଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ସମସ୍ତେ ନିଜ ସାମ୍ବିଧାନିକ ମୂଲ୍ୟକୁ ରକ୍ଷା କରିବାର ଶପଥ ନେବା ଉଚିତ୍। ମମତା ବାନାର୍ଜୀ ଏକ ଟୁଇଟ୍ ଜରିଆରେ ଏହା କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦି ସରକାରଙ୍କ ଏକ ଦୃଢ ସମାଲୋଚକ। ନିକଟରେ କେନ୍ଦ୍ର ସରକାର ଲାଗୁ କରିଥିବା ସଂଶୋଧିତ ନୂତନ ମୋଟର ଯାନ ଆଇନ ମମତା ପଶ୍ଚିମବଙ୍ଗରେ ଜାରି କରିବାକୁ ମନା କରିବା ସହିତ କହିଛନ୍ତି ଯେ, ଏହାଦ୍ବାରା ଲୋକଙ୍କ ଉପରେ ବୋଝ ବଢିବ।