ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍କଟନମ୍ରେ ବଡ଼ ଅଘଟଣ ଘଟିଛି। ରାଜମହେନ୍ଦ୍ରୀରୁ ପାପିକୋଣ୍ଡାଲୁ ଯାଉଥିବେଳେ ଲଞ୍ଚଟି ବୁଡ଼ିଯାଇଛି। ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିବାବେଳେ ଅଘଟଣ। ମୋଟର ଲଞ୍ଚରେ ୧୧ ଷ୍ଟାଫ୍ ସମେତ ୬୨ ଯାତ୍ରୀ ଥିଲେ। ଏନ୍ଡିଆରଏଫ୍ ଟିମ୍ଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାରକୁ ଆନ୍ଧ୍ର ସରକାରଙ୍କ ୧୦ ଲକ୍ଷର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।