ସମୀକ୍ଷା ବ୍ୟୁରୋ
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେବେ କେନ୍ଦ୍ର ସରକାର ଏହା ଧାରକୁ ଉଠାଇ ଠିକ କରିଛନ୍ତି ବୋଲି ବିଜେପି ତରଫରୁ ଚାଲିଛି ଏକ ପ୍ରଚାର ଅଭିଯାନ। ବିଭିନ୍ନ ନେତାମାନେ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ଏହି ଉଚ୍ଛେଦ ସଂପର୍କରେ ଅବଗତ କରାଇବା ସହ ପ୍ରଚାର ପୁସ୍ତିକା ମଧ୍ୟ ପ୍ରଦାନ କରୁଛନ୍ତି। ସେହି ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା। ସେ ଆଜି ଭୁବନେଶ୍ବରରେ ପ୍ରତିଷ୍ଠିତ ଶିଶୁ ବିଶେଷଜ୍ଞ ଡାକ୍ତର ପି.ଏନ.ଗୋବିନ୍ଦରାଜୁଲୁଙ୍କୁ ସାକ୍ଷାତ କରି ଏହି ଧାରା ଉଚ୍ଛେଦ ସଂପର୍କରେ ଅବଗତ କରାଇଛନ୍ତି। ଡାକ୍ତର ଗୋବିନ୍ଦରାଜୁଲୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ ପାଇଁ ମ୍ୟାଲେରିଆ ପ୍ରତିକାର ଏବଂ ଚିକିତ୍ସା ଉପରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଅଖିଳ ଭାରତ ଭାସଭି ପେନୁଗୋଣ୍ଡା ମନ୍ଦିର ଟ୍ରଷ୍ଟର ସଭାପତି ଅଛନ୍ତି। ତାଙ୍କୁ ଜୟ ପଣ୍ଡା ଭେଟି ଏ ସଂପର୍କରେ ଅବଗତ କରାଇବା ସହ ପ୍ରଚାର ପୁସ୍ତିକା ମଧ୍ୟ ପ୍ରଦାନ କରିଛନ୍ତି।