ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ କାରଣରୁ ପାକିସ୍ତାନୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇଙ୍କୁ ସମାଲୋଚନା କରିଛନ୍ତି ଭାରତୀୟ ସୁଟର ହିନା ସିଦ୍ଧୁ। ସେପ୍ଟେମ୍ବର ୧୪ ତାରିଖରେ ମଲାଲା ଏକ ଟ୍ବିଟ୍ କରି କାଶ୍ମୀରରେ ଅବସ୍ଥା ସାଧାରଣ ନଥିବା ନେଇ ପ୍ରକାଶ କରିଥିଲେ। ମଲାଲା ଉଲ୍ଳେଖ କରିଥିଲେ କି, ଅଗଷ୍ଟ ୧୨ ତାରିଖରେ ଜଣେ ଛାତ୍ରୀ ନିଜର ପରୀକ୍ଷା ଦେଇ ପାରିନଥିଲେ। ଏହାପରେ ଟ୍ବିଟ୍ଟର ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଥିଲା କାରଣ ସେହିଦିନ ଭାରତରେ ଇଦ୍ ପାଳିତ ହେଉଥିଲା। ସୋମବାର ଦିନ ଭାରତୀୟ ସୁଟର ତଥା ଅଲମ୍ପିଆନ୍ ହିନାସିଦ୍ଧୁ ମଲାଲାଙ୍କୁ ସମାଲୋଚନା କରିଛନ୍ତି। ହିନା କହିଛନ୍ତି, ନିଜେ ମଲାଲା ପାକିସ୍ତାନରେ ଶିକ୍ଷା ଲାଭ କରିବା ଚେଷ୍ଟାରୁ ଗୁଳି ଖାଇ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି। ଏପରି ପରସ୍ଥିତିରେ କାଶ୍ମୀର ଓ ପାକିସ୍ତାନକୁ ନେଇ ମଲାଲାଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ହିନା କହିଛନ୍ତି। କାଶ୍ମିରକୁ ପାକିସ୍ତାନକୁ ପ୍ରଦାନ କରିବାର ଦାବି କରିବା ପୂର୍ବରୁ ମଲାଲା ପ୍ରଥମେ ପାକିସ୍ତାନକୁ ଫେରନ୍ତୁ ବୋଲି ଟ୍ବିଟ୍ କରିଛନ୍ତି ହିନା।