ଡିଆରଡିଓର ଏକ ଚାଳକ ବିହୀନ ବିମାନ ଖସିପଡି ଧ୍ବଂସ ପାଇଛି । କୁଡାପୁରାର ଚିତ୍ରଗୁଡା ଜଙ୍ଗଲରେ ଏହି ଘଟଣା ଘଟିଛି । ମଙ୍ଗଳବାର ସକାଳ 7.50 ମିନିଟ୍ ସମୟରେ ଏହି ବିମାନଟି ଧ୍ବଂସ ପାଇଥିଲା । କର୍ଣ୍ଣାଟକର ଚଲକିରିତାଲୁକର ଜୋଡି ଚିକେନ୍ନାଲ୍ଲି ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା । ଦୁର୍ଘଟଣାରେ କୌଣସି କ୍ଷତି ଘଟିନଥିବା ବେଳେ ନିକଟସ୍ଥ ବିଲରେ କାମ କରୁଥିବା କିଛି ଚାଷୀ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡିଆରଡିଓ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।