ସାଉଦି ଆରବ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ରାତିରେ ଗଣମାଧ୍ୟମ ଅଧିକାରୀଙ୍କୁ ସାକ୍ଷାତକାର ସମୟରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ବାହାରିନ୍ର ରାଜକୁମାର ସଲ୍ମାନ ବିନ୍ ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କକ ସହିତ ନିଜ ଓଭାଲ କାର୍ଯ୍ୟାଳୟରେ ଆଲୋଚନା ସମୟରେ ଟ୍ରମ୍ପ ଏହି ସୂଚନା ଦେଇଥିଲେ । ସାଉଦି ଆରବର ତେଲ ଖଣିକୁ ନଷ୍ଟ କରିବା ପାଇଁ ତେହେରାନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଟ୍ରମ୍ପ କହିଛନ୍ତି । ଆମେରିକା ସର୍ବଦା ଯୁଦ୍ଧଠାରୁ ନିଜକୁ ଦୂରରେ ରଖିବାକୁ ଚାହିଁଥାଏ ମାତ୍ର ଇରାନର ଏହି ପଦକ୍ଷେପ ପରେ କିଛି ପୂର୍ବାନୂମାନ କରିବା କଷ୍ଟ ବୋଲି ଟ୍ରମ୍ପ କହିଛନ୍ତି । ପ୍ରକୃତ ଆକ୍ରମଣକାରୀ କିଏ ତାହା ଜାଣିବା ପାଇଁ ଆମେରିକା ଆଗ୍ରହୀ ବୋଲି ଟ୍ରମ୍ପ କହିଛନ୍ତି । ଇରାନ୍ ଆକ୍ରମଣ କରିଥିବା ନେଇ ପ୍ରତୀୟମାନ ହେଉଛି ମାତ୍ର ଓ୍ବାଶିଂଟନ୍ ଅଧିକ ପ୍ରମାଣ ଆଶା କରୁଛି ବୋଲି ଟ୍ରମ୍ପ କହିଥିଲେ ।