ତେଲୁଗୁ ଦେଶମ ପାର୍ଟିର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ବାଚସ୍ପତି କୋଡେଲା ଶିବପ୍ରସାଦ ରାଓଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ । ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଆର ଜଗନ ମୋହନ ରେଡ୍ଡୀଙ୍କୁ ରାଓଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହିତ ସିବିଆଇ ତଦନ୍ତ ଦାବୀ କରିଛନ୍ତି ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁ । ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ରାଓଙ୍କୁ ବାରମ୍ବାର ଅପମାନିତ କରାଯାଉଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ନାଇଡୁ ଅଭିଯୋଗ କରିଥିଲେ । ରାଓଙ୍କ ବିରୋଧରେ ଅନ୍ୟୁନ 20ଟି ମିଥ୍ୟା ମାମଲା ରୁଜୁ କରାଯାଇଥିଲା ଏବଂ ଅନାବଶ୍ୟକ ଭାବରେ ତାଙ୍କୁ ଗିରଫ କରାଯିବା ସହିତ ଅପମାନିତ କରାଯାଇଥିଲା । ଏହି ମାମଲାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସମ୍ମୁଖକୁ ଆସିବ ବୋଲି ନାଇଡୁ କହିଛନ୍ତି ।