ଆମେରିକା ସହିତ ଆଲୋଚନା ପ୍ରସଙ୍ଗକୁ ଇରାନ ପକ୍ଷରୁ ଖଣ୍ଡନ କରାଯାଇଛି। ଗତକାଲି ସାଉଦି ଆରବ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ଆକ୍ରମଣ ପାଇଁ ଇରାନକୁ ଆମେରିକା ପକ୍ଷରୁ ଦାୟୀ କରାଯାଇଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତିରେ ଗଣମାଧ୍ୟମ ଅଧିକାରୀଙ୍କୁ ସାକ୍ଷାତକାର ସମୟରେ ଟ୍ରମ୍ପ ଏହି ସୂଚନା ଦେଇଥିଲେ। ଏହାପରେ ଇରାନ୍ ପକ୍ଷରୁ ଆମେରିକା ସହିତ ଆଲୋଚନା ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ଇରାନ୍ର ରାଷ୍ଟ୍ରମୁଖ୍ୟ ଆୟାତୋଲ୍ଲା ଅଲୀ ଖମେଇନି ମଙ୍ଗଳବାର ଦିନ ଏହି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଆମେରିକା ପକ୍ଷରୁ ରାଜନୈତିକ ଚାପ ସୃଷ୍ଟି କରାଯିବାର ପ୍ରୟାସ କରାଯାଉଛି ମାତ୍ର ଏହା ସଫଳ ହେବ ନାହିଁ ଏବଂ ଇରାନ୍ କୌଣସି ଚାପ ସମ୍ମୁଖରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ରାଷ୍ଟ୍ରପତି ହସନ ରୁହାନି ପ୍ରକାଶ କରିଛନ୍ତି।