ସାମୟିକ ଭାବେ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନବନ୍ଦର: ରନ ୱେ ରିକାର୍ପେଟିଂ ପାଇଁ ୮ ମାସ ସାମୟିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରନ୍ଓ୍ବେର ରିକାର୍ପେଟିଂ ପାଇଁ ୮ ମାସ କାଳ ବନ୍ଦ ରଖିବାକୁ ନିଷ୍ପତ୍ତି । ନଭେମ୍ବର ୧ରୁ ଜୁନ୍ ୩୦ ଯାଏ ଏୟାରପୋର୍ଟ ପର୍ଯ୍ୟାୟକ୍ରମେ ବନ୍ଦ । ରାତି ୧୦ରୁ ସକାଳ ୫ଟା ୩୦ ଯାଏ ବନ୍ଦ ରହିବ ବିମାନ ଚଳାଚଳ । ୨୦୨୦ ଏପ୍ରିଲ୍ ୧ରୁ ଜୁନ୍ ୩୦ ଯାଏ ଦିନରେ ଏୟାରପୋର୍ଟ ବନ୍ଦ ରହିବ । ପୂର୍ବାହ୍ନ ୧୦ଟା୩୦ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ବିମାନ ଚଳାଚଳ । ବିମାନ ଚଳାଚଳ ବନ୍ଦ ରହିବା ସମୟରେ ହେବ ରିକାର୍ପେଟିଂ କାମ । ଶେଷଥର ପାଇଁ ୨୦୦୭ରେ ହୋଇଥିଲା ରନଓ୍ବେ ରିକାର୍ପେଟିଂ । ଏବେ ଭୁବନେଶ୍ବରକୁ ଦୈନିକ ୩୯ଟି ବିମାନ ଯା’ଆସ କରୁଛି ।