Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନବ ମହାକାଶଯାନ ପାଇଁ ଆରମ୍ଭ ହେଲା ଉଦ୍ୟମ, ଇସ୍ରୋ ସହ ଡିଆରଡିଓର ଚୁକ୍ତି ସ୍ବାକ୍ଷରିତ
ଆଜିର ଖବର

ମାନବ ମହାକାଶଯାନ ପାଇଁ ଆରମ୍ଭ ହେଲା ଉଦ୍ୟମ, ଇସ୍ରୋ ସହ ଡିଆରଡିଓର ଚୁକ୍ତି ସ୍ବାକ୍ଷରିତ

September 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାକାଶକୁ ମାନବ ଯାନ ପଠାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଲାଗି ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବା ପାଇଁ ଡିଆରଡିଓ ସହିତ ଇସ୍ରୋର ମାନବ ମହାକାଶ ଯାନ କେନ୍ଦ୍ରର ଏକାଧିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହଚୁକ୍ତି ଫଳରେ ଡିଆରଡିଓ ପକ୍ଷରୁ ଇସ୍ରୋକୁ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଏବଂ ମାନବ ମହାକାଶ ଅଭିଯାନ ସଂକ୍ରାନ୍ତ ସ୍ୱତନ୍ତ୍ର ପ୍ରଯୁକ୍ତି ଯୋଗାଣ କରିବେ। ଯେଉଁ ବିଭାଗ ସହିତ ଏକଧିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ସେଗୁଡିକ ହେଲା ଏରିଏଲ ଡେଲିଭରୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଏଷ୍ଟାବ୍ଲିଶମେଂଟ (ଏଡିଆରଡିଇ), ଡିଫେନ୍ସ ଫୁଡ ରିସର୍ଚ୍ଚ ଲାବୋରୋଟୋରୀ (ଡିଏଫଆରଏଲ), ଡିଫେନ୍ସ ବାୟୋ ଇଞ୍ଜିନିଅରିଂ ଆଣ୍ଡ ଇଲେକ୍ଟ୍ରୋ ମେଡ଼ିକାଲ ଲାବୋରୋଟୋରୀ,(ଡିଇବିଇଏଲ), ଡିଫେନ୍ସ ଲ୍ୟାବ ଯୋଧପୁର, ସେଂଟର ଫର ଫାୟାର, ଏକ୍ସପ୍ଲୋସିଭ ଆଣ୍ଡ ଏନଭାଇରନ ସେଫ୍ଟି (ସିଏଫଇଇଏସ), ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଫିଜିଓଲୋଜି ଆଣ୍ଡ ଆଲାଏଡ ସାଇନ୍ସ (ଡିଆଇପିଏଏସ) ଏବଂ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିଅର ମେଡ଼ିସିନ ଆଣ୍ଡ ଆଲାଏଡ ସାଇନ୍ସ (ଆଇଏନଏମଏଏସ)ର ନିର୍ଦ୍ଦେଶକମାନେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ କହିଥିଲେ ଯେ ପ୍ରତିରକ୍ଷା ପ୍ରୟୋଗ ଉଦ୍ଦେଶ୍ୟରେ ଡିଆରଡିଓ ଗବେଷଣାଗାର ନିକଟରେ ରହିଥିବା ପ୍ରଯୁକ୍ତିଭିତିକ ସାମର୍ଥ୍ୟକୁ ଇସ୍ରୋର ମାନବ ମହାକାଶ ମିଶନ ଅନୁକୂଳ କରାଯାଇ ଉପଯୋଗ କରାଯିବ । ମହାକାଶ ଖାଦ୍ୟ, ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ ଏବଂ ଜୀବନରକ୍ଷା ଉପକରଣ, ବିକିରଣ ମାପନ ଏବଂ ସୁରକ୍ଷା, ମହାକାଶଚାରୀ ଓ ଅନ୍ୟମାନଙ୍କ ନିରାପତା ପାଇଁ ପାରାଚ୍ୟୁଟ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଡିଆରଡିଓ ପକ୍ଷରୁ ଇସ୍ରୋକୁ ଯୋଗାଇ ଦିଆଯିବ। ଜୀବ ବିଜ୍ଞାନ ମହାନିର୍ଦ୍ଦେଶକ ଡ. ଏକେ. ସିଂ କହିଥିଲେ ଯେ ମାନବ ମହାକାଶ ଯାନ ପାଇଁ ଡିଆରଡିଓ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଇସ୍ରୋକୁ ଯୋଗାଇ ଦିଆଯିବ । ନିର୍ଦ୍ଧାରିତ ସମୟରେ ସମସ୍ତ ସହାୟତା ଲାଗି ପ୍ରଯୁକ୍ତିକୁ ମହାକାଶ ଯାତ୍ରୀଙ୍କ ଉପଯୋଗ ଅନୁକୂଳ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପୂର୍ବରୁ ନିଜର ମାନବ ମହକାଶ ଅଭିଯାନ ପୂରଣ କରିବା ଲାଗି ଇସ୍ରୋ ଲକ୍ଷ୍ୟ ରଖିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026
Latest News

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.