ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ 50ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତୂ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 38 ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଞ୍ଚ ଜଣଙ୍କୁ କଟକ ଏସ୍ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ କୁତ୍ରାର ଖତକୁରବାହାଲ ଗାଁରେ ସର୍ବାଧିକ 42 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ 42 ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ 9 ଜଣଙ୍କର ରକ୍ତ ନମୂନା ପଜିଟିଭ୍ ଆସିଛି । ଡେଙ୍ଗୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଚେତନତା କାର୍ଯ୍ୟକ୍ରମ ସହିତ ମଶା ମାରିବା ନିମନ୍ତେ ଧୂଆଁ ପ୍ରୟୋଗ କରାଯାଉଛି ।