କେନ୍ଦାପଡାରେ ସ୍ପଷ୍ଟ ଦିବାଲୋକରେ ଜଣେ ଗୁଳିକାଣ୍ଡ କାରଣରୁ ଜଣେ ବ୍ୟବସାୟୀ ପ୍ରାଣ ହରାଇଛନ୍ତି । ମାର୍ଶାଘାଇର ହାତିଆ ନିକଟରେ ଏହି ଅଭାବନୀୟ କାଣ୍ଡ ଘଟିଛି । ମଣିକୁଣ୍ଡାରୁ କେନ୍ଦ୍ରାପଡା ଆସୁଥିବା ବେଳେ ଜନୈକ ଔଷଧ ବ୍ୟବସାୟୀ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରା ଯାଇଥିଲା । 2 ଦୁର୍ବୁର୍ତ୍ତ ବାଇକ୍ରେ ଆସି ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଜଣାପଡିନଥିବା ବେଳେ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।