କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀଙ୍କୁ ଚିଠି ଲେଖିଛନ୍ତି । ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ନେଇ ଏହି ଚିଠି ଲେଖାଯାଇଛି । ପ୍ରାୟ 15 ହଜାରରୁ ଅଧିକ ଓଡିଆ ଦୁବାଇ ଏବଂ ସଞ୍ଜୁକ୍ତ ରାଷ୍ଟ୍ର ଏମିରେଟ୍ସରେ ବସବାସ କରନ୍ତି । ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ସେମାନଙ୍କ ପାଇଁ ସହାୟକ ହେବ ବୋଲି ଏହି ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି । ଏହା ସହିତ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏହା ରାଜ୍ୟ ଏବଂ ଦେଶର ପର୍ଯ୍ୟଟନର ବିକାଶରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।