ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ ଖୁବ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ରହିଛି । ଅଯୋଧ୍ୟା ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି ସୂଚନା ଦେଇ କହିଛନ୍ତି ଯେ, ଏହି ମାମଲାର ସମସ୍ତ ଶୁଣାଣି ଅକ୍ଟୋବର ୧୮ ତାରିଖ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ସୁପ୍ରିମ୍କୋର୍ଟରେ ଶୁଣାଣି ସହ ଆପୋଷ ବୁଝାମଣା ଉଦ୍ୟମ ମଧ୍ୟ ଜାରି ରହିବ ବୋଲି ସୂଚନା ରହିଛି । ଯଦି ବୁଝାମଣା ହୋଇପାରିଲା,ବୁଝାମଣା ରିପୋର୍ଟ ସୁପ୍ରିମ୍କୋର୍ଟକୁ ଆସିବ । ହିନ୍ଦୁ ପକ୍ଷକାରଙ୍କ ଶୁଣାଣୀ ପରେ ଏବେ ମୁସଲିମ ପକ୍ଷକାରଙ୍କ ଶୁଣାଣୀ ପୂର୍ଣ୍ଣ ହେବାକୁ ଯାଉଛି। ମୁଖ୍ୟବିଚାରପତି କହିଛନ୍ତି ଯେ, ଏହି ମାମଲାରେ ପୂରା ଏକ ମାସ ତର୍କ ପାଇଁ ସମସ୍ତ ପକ୍ଷକୁ ପ୍ରସ୍ତୁତି ରହିବାକୁ ପଡ଼ିବ । ଆବଶ୍ୟକ ପଡ଼ିଲେ ଏହି ମାମଲାର ଶୁଣାଣି ମଧ୍ୟ ଶନିବାର ଦିନ ହେବ । ଏହା ପରେ ଅନ୍ତିମ ନିର୍ଣ୍ଣୟ ପାଇଁ ଚାରି ସପ୍ତାହର ସମୟ ମିଳିବ । ଜଷ୍ଟିସ୍ ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି। ତେଣୁ ତାଙ୍କ ଅବସର ପ୍ରାପ୍ତି ପୂର୍ବରୁ ଏହି ଦଶକ ପୁରୁଣା ବିବାଦର ସମାଧାନ ହେବ ବୋଲି ଆଶଙ୍କା କରାଯାଉଛି।