ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଶିବସେନା । ଲୋକସଭା ନିର୍ବାଚନରେ ବିଜେପିର ଅତୁଳନୀୟ ସଫଳତା ପରେ ଶିବସେନାର ଆସନ ସଂଖ୍ୟା ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଜେପିର ଏହି ନିଷ୍ପତ୍ତି ପରେ ସେନା ପକ୍ଷରୁ ଏହାର ବିରୋଧ କରାଯାଇଛି । ବିଜେପି ବର୍ତ୍ତମାନ ସେନାକୁ 120 ଆସନ ପ୍ରଦାନ କରିବାକୁ ଚାହୁଁଛି ମାତ୍ର ଶିବସେନା ପକ୍ଷରୁ ପୂର୍ବଭଳି 135 ଆସନର ଦାବି କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏନ୍ଡିଏ ନିଜର ଅନ୍ୟ ସହଯୋଗୀ ଦଳଙ୍କୁ 18 ଆସନ ଛାଡିଥିବା ବେଳେ ଉଭୟ ଦଳ 135 ଟି ଲେଖାଏଁ ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ନିଷ୍ପତ୍ତି ହୋଇଥିଲା ।