ଭାରତୀୟ ଷ୍ଟାର ସଟ୍ଲର ସାଇନା ନେହ୍ବାଲ ଚାଇନା ଓପନ୍ରୁ ବିଦା ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ସାଇନା ପରାଜିତ ହୋଇଛନ୍ତି । ନିଜର ଖରାପ ଫର୍ମ ଜାରି ରଖି ସାଇନା ଏହି ମ୍ୟାଚ୍ରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମୁର୍ଙ୍ଗାଫାନଙ୍କ ନିକଟରୁ ମାତ୍ର 45 ମିନିଟ୍ରେ ପରାଜିତ ହୋଇଥିଲେ । ବୁଧବାର ଅନୁଷ୍ଠିତ ମ୍ୟାଚ୍ରେ ସାଇନା 10-21 ଏବଂ 17-21 ସେଟ୍ରେ ପରାଜିତ ହୋଇଥିଲେ । ଲଣ୍ଡନ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ବିଶ୍ବ ମାନ୍ୟତାର 19 ତମ ସ୍ଥାନରେ ରହିଥିବା ବୁସାନାନ୍ଙ୍କ ନିକଟରୁ ପରାସ୍ତ ହୋଇଥିଲେ । କେବଳ ଇଣ୍ଡୋନେସିଆ ଓପନ୍ ବ୍ୟତିତ ସାଇନା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ପ୍ରବେଶ କରି ପାରି ନାହାନ୍ତି ସାଇନା ।