ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ବାସଭବନରେ ମମତ ସାକ୍ଷାତ କରିଛନ୍ତି । ଏହି ଅବସରରେ ମିଠା ସହିତ ଏକ କୁର୍ତ୍ତା ଦେଇଛନ୍ତି । ସୂଚନାଯୋଗ୍ୟ, ଗତକାଲି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଥିଲା । ମମତା ବାନାର୍ଜୀ ଟୁଇଟ୍ ଜରିଆରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ବିଜେପି ତଥା ମୋଦିଙ୍କୁ ସଦାସର୍ବଦା ଟାର୍ଗେଟ୍ କରି ଆସୁଥିବା ମମତା ବାନାର୍ଜୀ ମୋଦିଙ୍କ ସହ ତାଙ୍କ ସାକ୍ଷାତକୁ ନେଇ ବେଶ୍ ଚର୍ଚ୍ଚା ରହିଛି ।