ଅର୍ଜୁନ୍ ରେଡ୍ଡୀ ଷ୍ଟାର ବିଜୟ ଦେବରକୋଣ୍ଡା ନିଜର ଅପକମିଙ୍ଗ ଫିଲ୍ମର ଟାଇଟଲ୍ ଘୋଷଣା କରିଛନ୍ତି । ବିଜୟଙ୍କ ବହୁଭାଷୀ ଫିଲ୍ମ ଡିଅର କମ୍ରେଡ୍ ବକ୍ସ ଅଫିସ୍ରେ ଆଭରେଜ ପ୍ରଦର୍ଶନ କରିଥିବା ବେଳେ ମଙ୍ଗଳବାର ରାତିରେ ବିଜୟ ନିଜ ଅପ୍କମିଙ୍ଗ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଓ୍ବାର୍ଲ୍ଡ ଫେମସ୍ ଲଭର୍ ନାମରେ ଏହି ଫିଲ୍ମଟିରେ ବିଜୟଙ୍କ ବିପକ୍ଷରେ ୪ଜଣ ନାୟିକା ରହିବେ । ଫିଲ୍ମଟି ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍ ହେବ ବୋଲି ଜଣାପଡିଛି । ଫିଲ୍ମରେ ବିଜୟଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍ ଟ୍ରେସା ଏବଂ ଇଜାବେଲ୍ ଲିଟ୍ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଫାଷ୍ଟଲୁକ୍ ଆସନ୍ତା ସେପ୍ଟେମ୍ବର ୨୦ତାରିଖରେ ଲଞ୍ଚ ହେବ ବୋଲି ଜଣାପଡିଛି ।