Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ବିତୀୟ ଟି20 ମୁକାବିଲା : କୋହଲିଙ୍କ ଅର୍ଦ୍ଧଶତକରେ ଭାରତ ବିଜୟୀ
ଆଜିର ଖବର

ଦ୍ବିତୀୟ ଟି20 ମୁକାବିଲା : କୋହଲିଙ୍କ ଅର୍ଦ୍ଧଶତକରେ ଭାରତ ବିଜୟୀ

September 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି20 ସିରିଜର ଦ୍ବିତୀୟ ମୁକାବିଲାରେ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ 7 ଓ୍ବିକେଟ୍‌ରେ ବିଜୟୀ ହେବା ସହିତ 1-0ରେ ଅଗ୍ରଣୀ ରହିଛି । ଟସ୍‌ ଜିତି ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ମାପଚୁପ ବୋଲିଂ କରିଥିଲେ ମଧ୍ୟ ଆଫ୍ରିକା ଅଧିନାୟକ କ୍ବିଣ୍ଟନ୍‌ ଡିକକ୍‌ ଗୋଟିଏ ପଟୁ ଆକ୍ରମଣ ଜାରି ରଖିଥିଲେ । ଦଳ ପକ୍ଷରୁ ଡିକକ୍‌ ସର୍ବାଧିକ 52 ରନ୍‌ ସଂଗ୍ରହ କରିଥିଲେ । 37 ବଲ୍‌ର ଇନିଂସରେ ଡିକକ୍‌ 8ଟି ଚୌକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେମ୍ବା ବାଭୁମା 43 ବଲ୍‌ରୁ 49 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଦୀପକ ଚହର 22ରନ ବିନିମୟରେ 2ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ନବଦୀପ ସାଇନି, ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।ନିର୍ଦ୍ଧାରିତ ଓଭରରେ ଦ. ଆଫ୍ରିକା 5 ଓ୍ବିକେଟ ହରାଇ 149 ରନ୍‌ ସଂଗ୍ରହ କରିଥିଲା । 150 ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ଦଳୀୟ ସ୍କୋର 33 ରନ୍‌ରେ ରୋହିତ ଶର୍ମା(12)ଙ୍କ ଓ୍ବିକେଟ୍‌ ହରାଇଥିଲା । ଏହାପରେ ଧଓ୍ବନ୍‌(40) ଏବଂ କୋହଲି(72) 61 ରନ୍‌ ଯୋଡିଥିଲେ । ପନ୍ତ (4) ପୁନର୍ବାର ବିଫଳ ହୋଇଥିବା ବେଳେ ଶ୍ରେୟସ୍‌ ଆୟାର(16)ଙ୍କ ସହ ମିଶି କୋହଲି ମ୍ୟାଚ୍‌ ସମାପ୍ତ କରିଥିଲେ । ଉଭୟ ଚତୁର୍ଥ ଓ୍ବିକେଟ୍‌ରେ ଅବିଭାଜିତ 47 ରନ୍‌ ଯୋଡିଥିଲେ । 72 ରନ୍‌ର ଇନିଂସ ପାଇଁ କୋହଲିଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026
Latest News

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.