ବେଙ୍ଗାଲୁରୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସରେ ଉଡାଣ ଭରିଛନ୍ତି । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ତେଜସ୍ ଉଡାଇ ଇତିହାସ ମଧ୍ୟ ରଚିଛନ୍ତି । ପ୍ରଥମ ଥର ପାଇଁ ହୋଇଛି ଯେ ବାୟୁସେନାରେ ସାମିଲ ହୋଇଥିବା ତେଜସର ଅତିଶୀଘ୍ର ଅପଗ୍ରେଡ୍ ଭର୍ସନ ଆସିଛି । ତେଜସ ହେଉଛି ଭାରତୀୟ ବାୟୁସେନାର 45 ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ ଓ ଏରୋନୋଟିକାଲ ଡେଭଲପମେଂଟ୍ ଏହାକୁ ବିକଶିତ କରିଛନ୍ତି ।