ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲାରେ ଏ ଯାଏ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନାହିଁ । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା ଓ ମା’ଙ୍କର ନମୂନା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ଆଜି ନିହାରିକା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଉଲ୍ଲେଖଯୋଗ୍ୟ ଯେ, ଜଗତସିଂହପୁର ବିରିଡ଼ି ବ୍ଲକ୍ ବିଲୁଆଖାଇ ନଦୀପଠାରୁ ଗତ ମଙ୍ଗଳବାର ଏକ ବସ୍ତା ଭିତରୁ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ତାଙ୍କର ଗୋଡ଼ହାତ ବନ୍ଧା ଯାଇଥିଲା । ଏଥିରେ ତାଙ୍କର ପ୍ରେମିକ ରାଜାଙ୍କର ସଂପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।