କଟକ ସାଲେପୁରର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗୁରୁବାର କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏପ୍ରିଲ୍ 21, 2018ରେ ଏହି ଦୁଷ୍କର୍ମ ହୋଇଥିଲା । ଚକୋଲେଟ ପ୍ରଦାନ କରିବା ବାହାନାରେ 6 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ପଥରରେ ଛେଚି ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ପୋକ୍ସୋ ଆଇନ ଅନୁଯାୟୀ ବିଗତ ଦୁଇ ମାସ ମଧ୍ୟରେ ଚତୁର୍ଥ ଫାଶୀ ଦଣ୍ଡାଦେଶ ।