କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ଗିରଫ କରାଯାଇଥିବା ବେଳେ ଏହି ମାମଲାରେ ଅନ୍ୟତମ କଂଗ୍ରେସ ବିଧାୟିକା ଲକ୍ଷ୍ମୀ ହେବ୍ବାଲକରଙ୍କ ବୟାନ ରେକର୍ଡ କରାଯାଇଛି । ଶିବକୁମାରଙ୍କ ଅର୍ଥ ହେରଫେର ମାମଲାରେ ଲକ୍ଷ୍ମୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଦିନ ବିଧାୟିକାଙ୍କୁ ସମନ ଜାରି କରାଯାଇଥିବା ବେଳେ ଆଜି ଇଡିର କାର୍ଯ୍ୟାଳୟରେ ନିଜର ବୟାନ ରେକର୍ଡ କରାଇଥିଲେ । ପୂର୍ବରୁ ହେବ୍ବାଲକରଙ୍କୁ ସେପ୍ଟେମ୍ବର 14 ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରିଲିଫ୍ କାର୍ଯ୍ୟରେ ଯୋଗ ଦେବା ପାଇଁ ଗୁରୁବାର ଦିନ ଇଡି ସମ୍ମୁଖମରେ ହାଜର ହୋଇଛନ୍ତି ।