ପୂର୍ବପରି କାଶ୍ମୀର ଭୂସ୍ବର୍ଗରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଛନ୍ତି । ଏକଦା ଭୂସ୍ବର୍ଗ ରହିଥିବା କାଶ୍ମୀର ପୁନର୍ବାର ଭୂସ୍ବର୍ଗରେ ପରିଣତ ହୋଇଛି ବୋଲି ନାସିକର ଏକ ରାଲିରେ ମୋଦି ମତ ଦେଇଛନ୍ତି । ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଏହା ଏକ ନୂତନ ଇଲାକାରେ ପରିଣତ ହୋଇଛି । କାଶ୍ମୀରର ବିକାଶ ପାଇଁ ପ୍ରତ୍ୟେକ ଭାରତ ବାସୀ ବଦ୍ଧ ପରିକର ବୋଲି ମୋଦି କହିଛନ୍ତି । ସମଗ୍ର ଦେଶବାସୀ ଏକତ୍ର ହୋଇ ପୁନର୍ବାର କାଶ୍ମୀରକୁ ଭୂସ୍ବର୍ଗରେ ପରିଣତ କରିବା ଉଚିତ୍ ବୋଲି ମୋଦି କହିଛନ୍ତି । ଏହି ପ୍ରକ୍ରିୟାରେ କେବଳ କାଶ୍ମୀର ବାସୀ ନୁହନ୍ତି ବରଂ ଦେଶର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୋଦି କହିଛନ୍ତି ।