ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଆଇଏନ୍ଏକ୍ସ ମିଡିଆ ମାମଲାରେ ଜେଲ୍ରେ ରହିଛନ୍ତି । ସେପ୍ଟେମ୍ବର 5 ତାରିଖରୁ ଜେଲ୍ରେ ରହିଥିବା ଚିଦାମ୍ବରମ୍ଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥିବା ନେଇ ଦିଲ୍ଲୀର ଏକ କୋର୍ଟକୁ ଜଣାଇଛନ୍ତି । ଜେଲ୍ରେ ତାଙ୍କୁ ଚେୟାର ଏବଂ ଗଦି ମିଳୁନଥିବାରୁ ଅଣ୍ଟା ଯନ୍ତ୍ରଣା ହେଉଥିବା ନେଇ ଚିଦାମ୍ବରମଙ୍କ ଓକିଲ କପିଲ୍ ଶିବଲ୍ ଅଭିଯୋଗ କରିଥିଲେ । ଏହା ସହିତ ଚିଦାମ୍ବରମଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବାର ଆବେଦନ କରିଥିଲେ ଶିବଲ୍ । ଉଲ୍ଲେଖ ଯୋଗ୍ୟ ଯେ, 74 ବର୍ଷୀୟ ଚିଦାମ୍ବରମ୍ ସେପ୍ଟେମ୍ବର 5ରୁ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି । ପ୍ରଥମେ 14 ଦିନିଆ ସିବିଆଇ ରିମାଣ୍ଡରେ ରଖାଯିବା ପରେ ତିହାର ଜେଲ୍କୁ ପଠାଯାଇଛି । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର 3 ତାରିଖ ଧାର୍ଯ୍ୟ କରିଥିଲେ ।