ବଲିଉଡ୍ ସୁପରଷ୍ଟାର ଆମିର ଖାନ ନିଜର ଆଗାମୀ ଫିଲ୍ମ ଲାଲ ସିଂ ଚଢା ପାଇଁ 100 ଟି ସ୍ଥାନରେ ସୁଟିଂ କରିବେ ବୋଲି ଜଣାପଡିଛି । ହଲିଉଡ୍ କଲ୍ଟ କ୍ଲାସିକ୍ ଫରେଷ୍ଟ ଗମ୍ପର ଅଫିସିଆଲ୍ ରିମେକ୍ରେ ଆମିର୍ 100ଟି ସ୍ଥାନରେ ସୁଟିଂ କରିବେ ବୋଲି ଜଣାପଡିଛି । ଏହି ସମସ୍ତ 100ଟି ସ୍ଥାନ ଷ୍ଟୁଡିଓ ନୁହେଁ ବରଂ ପ୍ରକୃତ ସ୍ଥାନରେ ସୁଟିଂ କରାଯିବ ବୋଲି ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନ ସୂଚନା ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବ୍ୟତିରେକ ଅନ୍ୟ ସମସ୍ତ ଟାୟାର-2 ଏବଂ 3 ସହରରେ ଏହି ସୁଟିଂ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଫିଲ୍ମ ପାଇଁ ଆମିର 20 କିଗ୍ରା ଓଜନ ବୃଦ୍ଧି କରିଥିବା ବେଳେ ପଗଡି ପିନ୍ଧୁଥିବାର ନଜର ଆସିଛନ୍ତି ।