ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କ ସହିତ କମଳାକାନ୍ତ ଦାସଙ୍କ ଜାମିନ ମଧ୍ୟ ଖାରଜ ହୋଇଛି। ଫଳରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗିରଫ ପରେ ଆଶୀର୍ବାଦ ଓ କମଳାକାନ୍ତ ଦାସଙ୍କୁ ଭୁବନେଶ୍ଵର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗୁରୁବାର ସକାଳେ ସିବିଆଇ ତାଙ୍କୁ ଗିରଫ କରିଥିଲ।। ଏହା ସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା।