ଭୁବନେଶ୍ଵରକୁ ବିଶ୍ଵସ୍ତରୀୟ ରେଳ ଷ୍ଟେସନ ପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଭୟ ପକ୍ଷ ମଧ୍ୟରେ ଏମଓୟୁ ହୋଇଛି। ଏହି ଏମଓୟୁ ସ୍ଵାକ୍ଷରିତ ହେବା ସମୟରେ ଦୁଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହି ପ୍ରକଳ୍ପ ପାଇଁ ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଖର୍ଚ୍ଚ କରିବେ। ଏଥିରେ ଦୁଇଟି ଅତିରିକ୍ତ ଲାଇନ, ଗୋଟିଏ ପ୍ଲାଟଫର୍ମ ନିର୍ମାଣ ହେବ। ଏଥିପାଇଁ ହେବାକୁ ଥିବା ୭୦ କୋଟି ଟଙ୍କା କେନ୍ଦ୍ର ଖର୍ଚ୍ଚ କରିବ। ଅନ୍ୟପଟେ ନୂଆ ଷ୍ଟେସନ ବିଲ୍ଡିଂ ପାଇଁ ୬୦ କୋଟି ଟଙ୍କା ରାଜ୍ୟ ସରକାର ବିନିଯୋଗ କରିବେ। ଏଥିରେ ମଲଟିମୋଡାଲ ହବରେ ନୂଆ ଟର୍ମିନାଲ ସୈାଧ ଓ ସିଟିବିସ ଟର୍ମିନାଲ ତିଆରି କରାଯିବ। ଏହା ସହିତ ଅତ୍ୟାଧୁନିକ ସୁଇମିଂ ପୁଲ, କାର ପାର୍କିଂ ଓ ସାଧାରଣ ଲୋକଙ୍କ ପାଇଁ ଏଥିରେ ସୁବିଧା ରହିବ।