ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଶେଷରେ ଗିରଫ କରାଯାଇଛି । ଏସ୍ଆଇଟି ଓ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଛି । ଏସ୍ଆଇଟି ଟିମ୍ ପ୍ରଥମେ ଚିନ୍ମୟାନନ୍ଦଙ୍କୁ ଟ୍ରମା ସେଣ୍ଟର୍ ନିଆଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବାର ରହିଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏସ୍ଆଇଟି ଏହି ମାମଲାର ତଦନ୍ତ ଭାର ନେଇଛି ।