ଗୋଦାବରୀ ଡଙ୍ଗାବୁଡି ଘଟଣାରେ ଆଜି ଦୁଇ ମୃତ ଦେହ ଉଦ୍ଧାର ହୋଇଛି । ଏନ୍ଡିଆରଏଫ୍ ପକ୍ଷରୁ ଶୁକ୍ରବାର ଦୁଇଟି ମୃତଦେହ ଜବତ କରାଯାଇଛି । ସେପ୍ଟେମ୍ବର 15 ତାରିଖର ଘଟିଥିବା ଡଙ୍ଗାବୁଡିରେ ସମୁଦାୟ 36 ଜଣ ଲୋକ ନିଖୋଜ ହୋଇଥିଲା । ପୂର୍ବରୁ ଏନ୍ଡିଆରଏଫ୍ ପକ୍ଷରୁ 11ଟି ମୃତଦେହ ଜବତ କରାଯାଇଥିବା ବେଳେ ଶୁକ୍ରବାର ଏନ୍ଡିଆରଏଫ୍ କମାଣ୍ଡର ଜାହିଦ୍ ଖାନ୍ ଦୁଇଟି ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି । 50ରୁ ଅଧିକ ବୋଟ ମୃତଦେହ ଖୋଜିବାରେ ନ୍ୟସ୍ତ ରହିଛନ୍ତି ।