ଏସିଆନ୍ ରେସ୍ଲିଂ ଚାମ୍ପିୟନ୍ସିପ୍ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍ ଫଙ୍ଗଲ ପ୍ରଥମ ଭାରତୀୟ ଭାବରେ ବିଶ୍ବ ରେସ୍ଲିଂ ଚାମ୍ପିୟନ୍ସିପ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । 52 କିଗ୍ରା ବର୍ଗରେ ଫାଇନାଲ୍ରେ ପ୍ରବେଶ କରିବା ସହିତ ଶୁକ୍ରବାର ଇତିହାସ ରଚିଛନ୍ତି ଫଙ୍ଗଲ । ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଥିବା ଫଙ୍ଗଲ 3-2 କାଜାକିସ୍ତାନର ସେକେନ୍ ବିବୋସିନୋଭ୍ଙ୍କୁ ପରାସ୍ତ କରିବା ସହିତ ଇତିହାସ ରଚିବାରେ ସଫଳ ହୋଇଛନ୍ତି । ଏଟ୍କିନ୍ବର୍ଗରେ ଅନୁଷ୍ଠିତ କ୍ବାର୍ଟରରେ ଫଙ୍ଗଲ କ୍ୟୁବାର ଆଣ୍ଡି ଗୋମେଜ୍ଙ୍କୁ ପରାସ୍ତ କରିଥିଲେ । ପୂର୍ବରୁ 2017ରେ 49 କିଗ୍ରା ବର୍ଗରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରଥମ ଥର ପାଇଁ 52 କିଗ୍ରା ବର୍ଗରେ ପ୍ରତିଦ୍ବନ୍ଦିତା କରିବା ସହିତ ରେକର୍ଡ କରିଛନ୍ତି ।