ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ 140 କିମି ବେଳାଭୂମିର ସଫେଇ କରାଯାଇଥିଲା । ଶତାଧିକ ସ୍ବେଚ୍ଛାସେବୀ ଏବଂ ସାଧାରଣ ଲୋକ ନିଜକୁ ଏହି ସଫେଇ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ପୁରୀର 18ଟି ଜୋନ୍ରେ ଏହି ସଫେଇ ଅଭିଯାନ ଜୋରସୋରରେ ଚାଲିଛି । ସଫେଇ କାର୍ଯ୍ୟକ୍ରମରେ ଅନେକ ଚଳଚିତ୍ର ତାରକା ଯୋଗ ଦେଇ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଛନ୍ତି । ଦେଶରେ ଆସନ୍ତା ଅକ୍ଟୋବର 2ରୁ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରାଯାଉଥିବାରୁ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ସଚେତନ କରାଯାଇଥିଲା ।