କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଭାଇରାଲ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି । ଭିଡିଓ ଭାଇରାଲ୍ ହେବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା 26 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏହା କେବେ ଶୁଟ୍ ହୋଇଛି, ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ। ଭିଡିଓରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ 4 ଜଣ ଦୁର୍ବୃତ୍ତ ଛୁରି ଦେଖାଇ ଭୟଭୀତ କରାଇ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଭିଡିଓରୁ ଜଣାପଡ଼ିଛି ।