ଜମ୍ମୁ କାଶ୍ମୀରରେ ଅବସ୍ଥା ସାଧାରଣ ନଥିଲେ ମଧ୍ୟ ଶାନ୍ତିପୂର୍ଣ୍ଣ ରହିଛି ବୋଲି ଜମ୍ମୁ କାଶ୍ମୀର ପୋଲିସ୍ ମୁଖ୍ୟ ଦିଲବାଗ ସିଂ ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲବାଗ ସିଂ କହିଛନ୍ତି, ରାଜ୍ୟରେ ଅବସ୍ଥା ଶାନ୍ତିପୂର୍ଣ୍ଣ ରହିଛି । ଅଗଷ୍ଟ 5 ତାରିଖରୁ ଧାରା 370 ଉଚ୍ଛେଦ ପରେ 3 ହଜାରରୁ ଅଧିକ ଯୁବକଙ୍କୁ ହାଜତରେ ରଖାଯାଇଛି । ଏହି ଯୁବକ ମାନଙ୍କୁ ଗିରଫ କରାଯାଇନାହିଁ ବରଂ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଅଟକ ରଖାଯାଇଛି ବୋଲି ଦିଲବାଗ ସିଂ ପ୍ରକାଶ କରିଛନ୍ତି । ଗିରଫ ଯୁବକ ମାନଙ୍କୁ ଧୀରେ ଧୀରେ ଛଡାଯାଉଛି ଏବଂ ଆସନ୍ତା 3ରୁ 4 ଦିନ ମଧ୍ୟରେ ସମସ୍ତଙ୍କୁ ମୁକ୍ତ କରାଯିବ ବୋଲି ସିଂ ସୂଚନା ଦେଇଛନ୍ତି । କାଶ୍ମୀର ଉପତ୍ୟାକାରେ ସାଧାରଣ ଜନତା ଶାନ୍ତିପୂର୍ଣ୍ଣ ଉପାୟ ଆପଣେଇବା ପସନ୍ଦ କରିଛନ୍ତି ତେଣୁ କାଶ୍ମୀର ଉପତ୍ୟାକାରେ ଶାନ୍ତି ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀର ପୋଲିସ୍ ମୁଖ୍ୟ ।