ଭାରତୀୟ ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାଓ୍ବତ ଆଜି ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ପୂର୍ବରୁ ବାୟୁସେନା ପ୍ରମୁଖ ବିଏସ୍ ଧନ୍ଓ୍ବା ୨୦୧୯, ମଇରେ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ସଭାପତି ଭାବେ ନିଯୁକ୍ତି ପାଇଥିଲେ । ନୌସେନା ପ୍ରମୁଖ ସୁନୀଲ୍ ଲମ୍ବାଙ୍କ ସେବାନିବୃତ୍ତ ହେବା ପରେ ଧନ୍ଓ୍ବା ଏହି ଦାୟିତ୍ବକୁ ସମ୍ଭାଳିଥିଲେ । ସୂଚନାଯୋଗ୍ୟ, ଚିଫ୍ ଅଫ୍ ଷ୍ଟାପ୍ କମିଟିରେ ସେନା, ନୌସେନା ଓ ବାୟୁସେନା ପ୍ରମୁଖ ଓ ଏହି ପଦବୀ ଜଣେ ବରିଷ୍ଠତମ ସଦସ୍ୟଙ୍କୁ ନିଯୁକ୍ତି କରାଯାଇଥାଏ । ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ତିନି ସେନାର ସେନାଧ୍ୟକ୍ଷଙ୍କ ମଧ୍ୟରୁ ସବୁଠାରୁ ଯିଏ ବରିଷ୍ଠତମଙ୍କୁ ମିଳିଥାଏ । ବାୟୁସେନା ଅଧ୍ୟକ୍ଷ ବିଏସ ଧନୋଆ ଚଳିତ ମାସ ୩୦ ତାରିଖରେ ନିଜ ସେବାରୁ ଅବସର ଗ୍ରହଣ କରିବେ । ଏହାପରେ ବରିଷ୍ଠତମ ସୂଚୀରେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ରହିଛନ୍ତି । ଜେନେରାଲ ବିପିନ ରାୱତ ଆସନ୍ତା ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବେ । ସେ ୨୦୧୬ ମସିହା, ଡିସେମ୍ୱର ୩୧ ତାରିଖରେ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ଏୟାର ଚିଫ ମାର୍ଶଲ ବିଏସ ଧନୋଆ ମଇ ୨୯ ତାରିଖରେ ନୌସେନା ଅଧ୍ୟକ୍ଷ ଏଡମିରଲ ସୁନିଲ ଲାମ୍ୱାଙ୍କ ଠାରୁ ସିଓଏସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ।