ମହାରାଷ୍ଟ୍ର ବିଧାନସଭା ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଆସନ ଭାଗବଣ୍ଟା ସରିଛି । ୨୦୧୯ ବିଧାନସଭା ନିର୍ବାଚନରେ ୧୨୬ଟି ଆସନରେ ଲଢ଼ିବା ପାଇଁ ବିଜେପିର ପ୍ରସ୍ତାବକୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ ଗ୍ରହଣ କରିଥିବା ଜଣାପଡ଼ିଛି। ଫଳରେ ବିଜେପି ୧୪୪ଟି ଆସନରେ ଲଢ଼ିବା ଚୂଡ଼ାନ୍ତ ହୋଇଛି। ଅନ୍ୟପକ୍ଷରେ ବଳକା ୧୮ଟି ଆସନ ମେଣ୍ଟର ଅନ୍ୟ ଛୋଟ ଛୋଟ ଦଳଙ୍କୁ ଛଡ଼ାଯିବା ନିଶ୍ଚିତ ହୋଇଛି। ୨୦୧୪ ନିର୍ବାଚନରେ ଶିବସେନା ୨୮୨ଟି ଆସନରେ ଲଢ଼ି ୬୩ଟିରେ ଜିତିଥିଲା। ବିଜେପି ୨୬୦ଟିରେ ଲଢ଼ି ୧୨୨ଟିରେ ଜିତିଥିଲା। ଆସନ୍ତା ମାସ ୨୧ରେ ଏଠାରେ ନିର୍ବାଚନ ହେବ ଏବଂ ୨୪ ତାରିଖରେ ଫଳାଫଳ ବାହାରିବ।