ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁଶୀଲ୍ ଲୋହାନୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଲୋହାନୀ ହେଉଛନ୍ତି ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ଆଜି ତାଙ୍କୁ ନିଯୁକ୍ତି ମିଳିଛି। ସେ ସୁରେନ୍ଦ୍ର କୁମାରଙ୍କ ସ୍ଥାନ ନେବେ। ସୂଚନାଯୋଗ୍ୟ, ବର୍ତ୍ତମାନ ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମାତ୍ର ସିଇଓ ପରିବର୍ତ୍ତନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଆଇଏଏସ ଅଧିକାରୀଙ୍କ ନାମ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟକୁ ସୁପାରିଶ କରାଯାଇଥିଲା। ସେଥିରେ ଅବକାରୀ ବିଭାଗର ସଚିବ ତଥା ମଦ ନିଗମର ଅଧ୍ୟକ୍ଷ ସୁଶିଲ ଲୋହାନୀ, ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ଏନ.ବି.ଏସ ରାଜପୁତ ଏବଂ ୧୯୯୯ ବ୍ୟାଚର ଭାସ୍କର ଜ୍ୟୋତି ଶର୍ମା ସାମିଲ ଥିଲେ।