ମୟୂରଭଞ୍ଜ ହାତୀବାରି ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ କାରଣରୁ ପରିବାର ଲୋକ ସେବାଶ୍ରମ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି । ସୂଚନାନୁସାରେ, ଗତକାଲି ମୟୂରଭଞ୍ଜ କରଞ୍ଜିଆ ବ୍ଲକ ହାତୀବାରି ସେବାଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଛାତ୍ରୀଜଣକ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ କରଞ୍ଜିଆରେ ଚିକିତ୍ସା କରାଇବା ପରେ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ସଂକଟାପର୍ଣ୍ଣ ହେବାରୁ କେନ୍ଦୁଝରରୁ କଟକ ସ୍ଥାନାନ୍ତର କରିବା ବେଳେ ଆଜି ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ସେବାଶ୍ରମ ବିଦ୍ୟାଳୟ ସମ୍ମୁଖରେ ଝିଅର ମଥତଦେହ ରଖି କ୍ଷତିପୂରଣ ଦାବିରେ ପରିବାର ଲୋକେ ଧାରଣା ଦେଇଛନ୍ତି ।