Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪ ରାଜ୍ୟ ବିଧାନସଭା ଉପନିର୍ବାଚନ: ଆଜି ଆସିବ ଫଳାଫଳ, ଭୋଟ ଗଣତି ଜାରି
ଆଜିର ଖବର

୪ ରାଜ୍ୟ ବିଧାନସଭା ଉପନିର୍ବାଚନ: ଆଜି ଆସିବ ଫଳାଫଳ, ଭୋଟ ଗଣତି ଜାରି

September 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rajya Sabha bye_election date announce
Rajya Sabha bye_election date announce

ଉତ୍ତରପ୍ରଦେଶର ହମୀରପୁର, ଛତିଶଗଡ଼ର ଦାନ୍ତେଓ୍ବାଡା, କେରଳ ପାଲା, ତ୍ରିପୁରାର ବାଦରଘାଟ ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣନା ଆରମ୍ଭ ହୋଇଯାଇଛି । ୟୁପିର ହମୀରପୁର୍‌ ଓ ସୁମେରପୁରସ୍ଥିତ କୃଷିଭବନ ମଣ୍ଡି ପରିସରରେ ଏହି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆସନରୁ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ ଜଣାପଡିବ । ହମୀରପୁର୍ ଆସନ ପାଇଁ ସେପ୍ଟେମ୍ବର ୨୩ରେ  ଉପନିର୍ବାଚନ ହୋଇଥିବାବେଳେ ୫୧ ପ୍ରତିଶତ ଭୋଟିଂ ହୋଇଥିଲା । ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ଦାନ୍ତେଓ୍ବାଡା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ୬୦.୧ ପ୍ରତିଶତ ମତଦାନ ହୋଇଥିଲା । ହମୀର୍‌ପୁର ଆସନ ପାଇଁ ବିଜେପି ତରଫରୁ ବିଜେପିର ଯୁବରାଜ ସିଂ, ବସପାର ନୌସାଦ ଅଲ୍ଲୀ, ସପା ର ମନୋଜ କୁମାର ପ୍ରଜାପତି ଓ କଂଗ୍ରେସ ତରଫରୁ ହର ଦୀପକ ନିଷାଦଙ୍କ ସମେତ ୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏହି ଉପନିର୍ବାଚନରେ ବିରୋଧୀର ଦଳର କୌଣସି ବଡ଼ ନେତା ପ୍ରଚାର କରିନଥିଲେ । କିନ୍ତୁ ବିଜେପି ପ୍ରାର୍ଥୀଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଥିଲେ । ସେହିପରି କେରଳର ପାଲା ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନରେ ୧୩ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଏଠାରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କେରଳ କଂଗ୍ରେସ (ଏମ୍‌)ର ନେତା କେଏମ୍‌ ମଣିଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହିପରି ତ୍ରିପୁରାର ବାଦାରଘାଟ ଆସନରେ ବିଜେପି ବିଧାୟକ ଦିଲ୍ଲୀପ ସରକାରଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏହି ୪ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାଲା ଆସନର ଉପନିର୍ବାଚନରେ ୭୧.୪୩ ପ୍ରତିଶତ ଓ ବାଦରଘାଟରେ ୭୯.୨୯ ପ୍ରତିଶତ ମତଦାନ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026
Latest News

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.