Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪ ରାଜ୍ୟ ବିଧାନସଭା ଉପନିର୍ବାଚନ: ଆଜି ଆସିବ ଫଳାଫଳ, ଭୋଟ ଗଣତି ଜାରି
ଆଜିର ଖବର

୪ ରାଜ୍ୟ ବିଧାନସଭା ଉପନିର୍ବାଚନ: ଆଜି ଆସିବ ଫଳାଫଳ, ଭୋଟ ଗଣତି ଜାରି

September 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rajya Sabha bye_election date announce
Rajya Sabha bye_election date announce

ଉତ୍ତରପ୍ରଦେଶର ହମୀରପୁର, ଛତିଶଗଡ଼ର ଦାନ୍ତେଓ୍ବାଡା, କେରଳ ପାଲା, ତ୍ରିପୁରାର ବାଦରଘାଟ ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣନା ଆରମ୍ଭ ହୋଇଯାଇଛି । ୟୁପିର ହମୀରପୁର୍‌ ଓ ସୁମେରପୁରସ୍ଥିତ କୃଷିଭବନ ମଣ୍ଡି ପରିସରରେ ଏହି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆସନରୁ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ ଜଣାପଡିବ । ହମୀରପୁର୍ ଆସନ ପାଇଁ ସେପ୍ଟେମ୍ବର ୨୩ରେ  ଉପନିର୍ବାଚନ ହୋଇଥିବାବେଳେ ୫୧ ପ୍ରତିଶତ ଭୋଟିଂ ହୋଇଥିଲା । ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ଦାନ୍ତେଓ୍ବାଡା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ୬୦.୧ ପ୍ରତିଶତ ମତଦାନ ହୋଇଥିଲା । ହମୀର୍‌ପୁର ଆସନ ପାଇଁ ବିଜେପି ତରଫରୁ ବିଜେପିର ଯୁବରାଜ ସିଂ, ବସପାର ନୌସାଦ ଅଲ୍ଲୀ, ସପା ର ମନୋଜ କୁମାର ପ୍ରଜାପତି ଓ କଂଗ୍ରେସ ତରଫରୁ ହର ଦୀପକ ନିଷାଦଙ୍କ ସମେତ ୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏହି ଉପନିର୍ବାଚନରେ ବିରୋଧୀର ଦଳର କୌଣସି ବଡ଼ ନେତା ପ୍ରଚାର କରିନଥିଲେ । କିନ୍ତୁ ବିଜେପି ପ୍ରାର୍ଥୀଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଥିଲେ । ସେହିପରି କେରଳର ପାଲା ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନରେ ୧୩ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଏଠାରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କେରଳ କଂଗ୍ରେସ (ଏମ୍‌)ର ନେତା କେଏମ୍‌ ମଣିଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହିପରି ତ୍ରିପୁରାର ବାଦାରଘାଟ ଆସନରେ ବିଜେପି ବିଧାୟକ ଦିଲ୍ଲୀପ ସରକାରଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏହି ୪ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାଲା ଆସନର ଉପନିର୍ବାଚନରେ ୭୧.୪୩ ପ୍ରତିଶତ ଓ ବାଦରଘାଟରେ ୭୯.୨୯ ପ୍ରତିଶତ ମତଦାନ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025
Latest News

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.