ରାଜନୈତିକ ଅଭିସନ୍ଧି ରଖି ଏନ୍ସିପି ମୁଖ୍ୟ ଶରଦ ପଓ୍ବାରଙ୍କୁ ଫସାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତିକ ରାହୁଲ । ମହାରାଷ୍ଟ୍ର ନିର୍ବାଚନକୁ ଏକ ମାସରୁ କମ ସମୟ ରହିଥିବା ବେଳେ ପ୍ରତିଶୋଧ ପରାୟଣ ରାଜନୀତି କାରଣରୁ ଉଦ୍ଦେଶ୍ୟମୂଳକ ଭାବରେ ପଓ୍ବାରଙ୍କୁ ଫସାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । କଂଗ୍ରେସ-ଏନ୍ସିପି ମେଣ୍ଟକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।