ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶାରେ ପହଞ୍ଚିଛନ୍ତି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ରାଜକମଲ ଜରିଆରେ କୋବିନ୍ଦ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା କୋବିନ୍ଦ ଅପରାହ୍ନ 3.30ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ପହଞ୍ଚି ଗୋଳାବନ୍ଧ ଆର୍ମି ଏଡି କଲେଜ୍ ଯିବେ । ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ଓଡ଼ିଶା ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


