କୋରିଆ ଓପନ୍ ବ୍ୟାଡମିଣ୍ଟନ୍ ସେମିରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପାରୁପଲ୍ଲୀ କଶ୍ୟପ୍ । ଏକମାତ୍ର ଭାରତୀୟ ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ରହିଥିବା କଶ୍ୟପ୍ ଶୁକ୍ରବାର କ୍ବାର୍ଟର ଫାଇନାଲ୍ରେ ଡେନମାର୍କର ଜାନ୍ ଓ ଜୋର୍ଗେନ୍ସନ୍ଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି । 33 ବର୍ଷୀୟ ହାଇଦ୍ରାବାଦୀ ସଟ୍ଲର କଶ୍ୟପ ମାତ୍ର 37 ମିନିଟ୍ ସମୟ ନେଇ ଜୋର୍ଗେନ୍ସନ୍ଙ୍କୁ 24-22 ଏବଂ 21-8 ସେଟ୍ରେ ପରାସ୍ତ କରିଛନ୍ତି । ଶନିବାର ଅନୁଷ୍ଠିତ ହେବାକୁ ଥିବା ସେମିରେ କଶ୍ୟପ ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତଥା ଦୁଇ ଥର ବିଶ୍ବ ଚାମ୍ପିୟନ୍ କେଣ୍ଟୋ ମୋମୋଟାଙ୍କୁ ଭେଟିବେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ହାସଲ କରିଥିବା କଶ୍ୟପ୍ ବର୍ତ୍ତମାନ ବିଶ୍ବ ମାନ୍ୟତାର 6 ନମ୍ବର ସ୍ଥାନରେ ରହିଛନ୍ତି ।