ହମୀରପୁର ସଦର ବିଧାନସଭା ଉପ ନିର୍ବାଚନରେ ବିଜେପିର ଯୁବରାଜ ସିଂ ୧୭ହାଜରୁ ଅଧିକ ମତରେ ଏସପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ବିଏସପି ପ୍ରାର୍ଥୀ ନୋଶାଦ ଅଲ୍ଲି ତୃତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ପୂର୍ବପରି ଚତୁର୍ଥ ସ୍ଥାନରେ ରହିଛି । ବିଜେପିର ଯୁବରାଜ ସିଂହଙ୍କୁ ସମୁଦାୟ ୭୪୧୬୮ଭୋଟ ମିଳିଥିବାବେଳେ ଏସପି ପ୍ରାର୍ଥୀ ମନୋଜ କୁମାରଙ୍କୁ ୫୬୩୯୭ ଭୋଟ ମିଳିଛ । କେରଳରେ ଏଲଡିଏଫ ପ୍ରାର୍ଥୀ ମଣି ସି କପ୍ପେନ ୟୁଡିଏଫର ଜୋଷ ଟମ ପୁଲିକ୍କୁନେଲଙ୍କୁ ୨,୯୪୩ ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଦାନ୍ତେୱାଡାରେ କଂଗ୍ରେସ ନିକଟତମ ପ୍ରାର୍ଥୀ ବିଜେପିଠାରୁ ୨୭୭୮ଟି ଭୋଟରେ ଆଗୁଆ ରହିଛି । ସେହିପରି ତ୍ରିପୁରାର ବାଧରଘାଟ ବିଧାନସଭା ନିର୍ବାଚନ ଆସନରେ ବିଜେପିର ମିନି ମଜୁମଦାର ଆଗୁଆ ଅଛନ୍ତି ।