ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। । ଓସିଏ ସମ୍ପାଦକ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା । ୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ସଞ୍ଜୟ ବେହେରା । ସଞ୍ଜୟଙ୍କ ପ୍ୟାନେଲର ସମସ୍ତ ୫ ପ୍ରାର୍ଥୀ ବିଜୟୀ ଶୁକ୍ରବାର ସକାଳ ସାଢ଼େ ୧୧ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ପର୍ଯ୍ୟାୟ ଅପରାହ୍ଣ ୨ଟା ବେଳେ ଶେଷ ହୋଇଥିଲା। ୪ଟା ବେଳେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଯେଉଁଥିରେ ସଞ୍ଜୟ ବେହେରାଙ୍କ ସପକ୍ଷରେ ୭୩ରୁ ୪୫ ଭୋଟ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କ ସପକ୍ଷରେ ମାତ୍ର ୨୫ ଭୋଟ୍ ଯାଇଥିଲା। ସେହିପରି ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଭାବେ ଅକ୍ଷୟ ସାମଲ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ନିର୍ବାଚନ ଜିତିବା ପରେ ନିଜ ସମର୍ଥକଙ୍କୁ ଧନ୍ୟବାଦ ଜଣାଇବା ସହ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି । ଭୋଟରଙ୍କ ପାଖରେ ଋଣୀ ବୋଲି କହିବା ସହିତ ହୀନ ଚକ୍ରାନ୍ତକାରୀଙ୍କୁ ଉଚିତ ଜବାବ ମିଳିଛି ବୋଲି କହିଛନ୍ତି ସଞ୍ଜୟ । ବାପାଙ୍କ ଆଶୀର୍ବାଦରୁ ସେ ସମ୍ପାଦକ ଭାବେ ଜିତିଛନ୍ତି ଓ ସେ ବାପାଙ୍କ ଆଶା ପୂରଣ କରିବେ ବୋଲି କହିଛନ୍ତି ।