ସମୀକ୍ଷା ବ୍ୟୁରୋ
ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କ 90 ତମ ଜନ୍ମ ଦିନରେ ବାଲୁକା କଳାର ଉପହାର ପ୍ରଦାନ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ 20 ଫୁଟ ଲମ୍ବା ଏବଂ 5 ଫୁଟ ଉଚ୍ଚତାର ଏକ ବୀଣା ନିର୍ମାଣ କରିଛନ୍ତି। ସେଥିପାଇଁ ସୁଦର୍ଶନ ପ୍ରାୟ 9 ଟନ ବାଲି ବ୍ୟବହାର କରିଛନ୍ତି। ଏଥିରେ ବୀଣା ସହିତ ଲତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ। ସେଥିରେ ସେ Happy Birthday to Lata Didi ବୋଲି ଲେଖିଛନ୍ତି। ଲତା ହେଉଛନ୍ତି ଭାରତର ନାଇଟେଙ୍ଗଲ, ତାଙ୍କର ସଂଗୀତ ପ୍ରତି ଅବଦାନ ପାଇଁ ତାଙ୍କୁ ମିଳିଛି ଭାରତ ରତ୍ନ ସମ୍ମାନ, ସେଥିପାଇଁ ତାଙ୍କର ଜନ୍ମଦିନରେ ଏହି ଉପହାର ଦିଆଯାଇଛି ବୋଲି ସୁଦର୍ଶନ କହିଛନ୍ତି। ତାଙ୍କୁ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରିବା ନେଇ ଏହି କଳା ମାଧ୍ୟମରେ ପ୍ରାର୍ଥନା କରାଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିଛି।