ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ନିତି ଆୟୋଗ ମୁଖ୍ୟ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ସିବଆଇକୁ ଅନୁମତି ପ୍ରଦାନ କରିଛନ୍ତି । ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ଦେବା ମାମଲାରେ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟାଧିକାରୀ ସିନ୍ଧୁଶ୍ରୀ ଖୁଲ୍ଲାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ଖୁଲ୍ଲାରଙ୍କ ସମେତ ସରକାରଙ୍କ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ମନ୍ତ୍ରାଳୟର ପୂର୍ବତନ ସଚିବ ଅନୁପ କେ.ପୂଜାରୀ , ଅର୍ଥ ମନ୍ତ୍ରାଳୟର ତତ୍କାଳୀନ ନିର୍ଦ୍ଦେଶକ ପ୍ରବୋଧ ସକ୍ସେନା ଏବଂ ଆର୍ଥିକ ମାମଲା ବିଭାଗର ପୂର୍ବତନ ସଚିବ ରବିନ୍ଦ୍ର ପ୍ରସାଦଙ୍କ ବିରୋଧରେ ଆଇଏନଏକ୍ସ ମିଡିଆ ମାମଲାରେ ମକଦମା ଚଲେଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।