ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା ମାଲକାନଗିରି ପୁଲିସ୍ ନିକଟରେ ଗତକାଲି ଆତ୍ମସମର୍ପଣ କରିଛି । କୋରାପୁଟର ବୈପାରୀଗୁଡା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣାରେ ସେ ସାମିଲ ଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଚିବ ଉଦୟର ସୁରକ୍ଷା ଦାୟିତ୍ୱରେ ରହିଥିବା ମାଡକାମୀ ନାଁରେ 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଗତକାଲି ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ ଓ ନୀରଜ କୁମାରଙ୍କ ଉପସ୍ଥିତିରେ ମାଡକାମୀ ଆତ୍ମସମର୍ପଣ କରିଥିଲା ।